ହାଏ ହାଏ ହାଏ ଯଉବନ
ହଜିଗଲା କି ଅମୁଲ୍ୟ ଧନ
କାଳିକାର କଥା ଶୁଣ -
ଲଗାଇ ଦି ପାଟି ଦାନ୍ତ
ଧଳା ବାଳ କଲପିତ
ମନ ଭାରି ପୁଲକିତ
କହିଲି " ଗୋ କାନ୍ତା ,
ଆଜି ତ ପୁନେଇ ରାତି
ଛାତରେ ବସିଲେ ଟିକେ
Lକେମିତି ହୁଅନ୍ତା ?
ପାଖକୁ ଆସିଲେ କାନ୍ତା
ହୋଇ ହନ୍ତ ଦନ୍ତ
ଭାରି ସ୍ନେହରେ ରଖିଲେ
କପାଳରେ ହାତ
"ନା8 ଜ୍ବର ନାହିଁ"
ହୋଇଲେ ଆଶ୍ବସ୍ତ l
"ପୁଅ ଟିକେ ତୋ ବାପର
ଦେଖିଲୁ ପ୍ରେସର -
କଥା ବାର୍ତା ଠିକ ନାହିଁ ".
ହାଏରେ ଈଶ୍ବର !
କା ଆଗେ କହିବି କଥା
ଆପଣା ତ ପର l
ଖୋଲି ଦିଇ ପାଟି ଦାନ୍ତ -
ରହିଲି ମଉନ
ହାଏ ହାଏ ହାଏ ଯଉବନ
Subscribe to:
Post Comments (Atom)
No comments:
Post a Comment